ବୋସରାPOLoadtدی0.3edicReیکیn_m ایه‌س

ବୋସରା
بصرى
بصرى الشام
ସହର
ବୋସରା-ଅଲ-ସାମ
ବୋସରାର କେନ୍ଦ୍ର ସ୍ଥଳୀ
ବୋସରାର କେନ୍ଦ୍ର ସ୍ଥଳୀ
ବୋସରା is located in Syria
ବୋସରା
ବୋସରା
ସିରିଆରେ ସ୍ଥାନ
ଅବସ୍ଥିତି: 32°31′N 36°29′E / 32.517°N 36.483°E / 32.517; 36.483Coordinates: 32°31′N 36°29′E / 32.517°N 36.483°E / 32.517; 36.483
ଦେଶ ସିରିଆ
ରାଜ୍ୟଦରା
ଜିଲ୍ଲାଦରା
ଉପଜିଲ୍ଲାବୋସରା
ଜନସଂଖ୍ୟା (2004)
 • ମୋଟ୧୯,୬୮୩
Area code(s)15
ପ୍ରାଚୀନ ସହର ବୋସରା*
ଇଉନେସ୍କୋ ସ୍ଥଳୀ

Ancient Roman theatre.
ରାଜ୍ୟ ଦଳ Syria
ପ୍ରକାର Cultural
ନିୟମ i, iii, iv
ଆଧାର 22
ଅଞ୍ଚଳ** Arab States
ଲେଖ ଇତିହାସ
ଲେଖ 1980  (4th ଭାଗ)
* ବିଶ୍ଵ ଐତିହ୍ୟ ସ୍ଥଳୀରେ ଥିବା ନାଆଁ
** ଇଉନେସ୍କୋ ଦେଇ ବିଭାଗିତ ନାଆଁ


ବୋସରା (ପୁରା ନାମ ବୁସରା-ଅଲ୍-ସାମ) ଦକ୍ଷିଣ ସିରିଆରେ ଥିବା ଏକ ସହର । ଏହା ଦରା ଜିଲ୍ଲାରେ ଅବସ୍ଥିତ ଓ ଭୌଗଳିକ ଦୃଷ୍ଟିରୁ ହୌରନ ଅଞ୍ଚଳର ଏକ ଅଂଶ ଅଟେ ।

ସିରିଆର କେନ୍ଦ୍ରୀୟ ପରିସଂଖ୍ୟାନ ବ୍ୟୁରୋ ଅନୁଯାୟୀ ୨୦୦୪ ସୁଧା ବୋସରାର ଜନସଂଖ୍ୟା ୧୯,୬୮୩ ଥିଲା । [୧] ଏହି ସହରର ଅଧିବାସୀ ମାନେ ମୁଖ୍ୟତ ସୁନ୍ନି ମୁସଲମାନ ସମ୍ପ୍ରଦାୟର, ଯଦିଓ କିଛି ପରିମାଣରେ ସିହା ସମ୍ପ୍ରଦାୟର ଲୋକ ମଧ୍ୟ ବାସ କରନ୍ତି ।[୨]  

ବୋସରା ଏକ ପ୍ରାଚୀନ ସହର ଓ ରୋମାନ ସମୟରେ ଏହା ଏକ ସମୃଦ୍ଧ ପ୍ରାନ୍ତୀୟ ସହର ଥିଲା ଏବଂ ଆଣ୍ଟିଓକର ଗ୍ରୀକ ଗୀର୍ଜା ଅଧିନରେ ଥିଲା । ଇସଲାମୀୟ ସମୟରେ ମଧ୍ୟ ଏହାଶାସନ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ ରହିଥିଲା ମାତ୍ର ଅଟୋମାନ କାଳରେ ଏହାର ଗୁରୁତ୍ତ୍ୱ ହ୍ରାସ ପାଇଲା । ବର୍ତ୍ତମାନ ଏହା ଏକ ପ୍ରଧାନ ପ୍ରତ୍ନତାତ୍ତ୍ୱିକ ସ୍ଥାନ ଓ ୟୁନୋସ୍କୋଦ୍ୱାରା ଏକ ବିଶ୍ୱ ଐତିହ ସ୍ଥଳ ଭାବେ ଘୋଷିତ ହୋଇଅଛି ।

ବିଷୟସୂଚୀ

  • ୧ ଇତିହାସ
    • ୧.୧ ରୋମୀୟ ଓ ପୂର୍ବ ରୋମୀୟ ସମୟ
    • ୧.୨ ଇସଲାମୀୟ ସମୟ
    • ୧.୩ ଅଟୋମାନ ସମୟ
    • ୧.୪ ଆଧୁନିକ ସମୟ
  • ୨ ଛବି
  • ୩ ଆଧାର
  • ୪ ପୁସ୍ତକ ସୂଚୀ
  • ୫ ଅଧିକ ତଥ୍ୟ
  • ୬ ବାହାର ଲିଙ୍କ

ଇତିହାସ[ସମ୍ପାଦନା]

ଥୁଟମୋସ ୩ୟ ଓ ଆଖେନାତେନ ଏହି ସ୍ଥାନ ସମ୍ପର୍କରେ ପ୍ରଥମେ ଉଲ୍ଲେଖ କରିଥିଲେ । ବୋସରା ଖ୍ରୀ.ପୂ. ୨ୟ ଶତାବ୍ଦୀର ପ୍ରଥମ ନବାତିଆନ ସହର ଥିଲା । ଏହାକୁ କର୍ଣ୍ଣେଲିଅସ ପାଲମା ଖ୍ରୀ.ଅ. ୧୦୬ ରେ ଦଖଲ କରିଥିଲେ ।

ରୋମୀୟ ଓ ପୂର୍ବ ରୋମୀୟ ସମୟ[ସମ୍ପାଦନା]

ରୋମୀୟ ସମୟରେ ବୋସରାର ନାମ ବଦଳି ନୋଭା ଟ୍ରାଜନା ବୋସ୍ତ୍ରା ହେଲା । ଏହାକୁ ରୋମୀୟ ସାମ୍ରାଜ୍ୟର ଆରବୀୟ ପ୍ରଦେଶର ରାଜଧାନୀ କରାଗଲା । ଏହି ନଗରୀ ଅନେକ ବାଣିଜ୍ୟ ପଥର ମିଳନ ସ୍ଥାନରେ ଥିବାରୁ କ୍ରମେ ବିକଶିତ ହୋଇ ଏକ ପ୍ରଧାନ ମହାନଗରୀରେ ପରିଣତ ହେଲା । ଏହା ଖାଦ୍ୟ ଉତ୍ପାଦନର ଏକ ପ୍ରମୁଖ ସ୍ଥାନ ହେଲା ତଥା ସମ୍ରାଟ ଆରବ ଫିଲିପଙ୍କ ସମୟରେ ଏହାର ସ୍ୱତନ୍ତ୍ର ମୁଦ୍ରା ତିଆରି ଆରମ୍ଭ ହୋଇଥିଲା । ଖ୍ରୀ. ଅ. ୨୪୬ ଓ ୨୪୭ରେ ଦୁଇଟି ଆରବୀୟ ସମ୍ମିଳନୀ ବୋସରାରେ ଅନୁଷ୍ଠିତ ହୋଇଥିଲା । [୩]

ଖ୍ରୀଷ୍ଟୀୟ ୫ମ ଶତାବ୍ଦୀ ପରେ, ଖ୍ରୀଷ୍ଟ ଧର୍ମ ଏହି ସ୍ଥାନର ପ୍ରଧାନ ଧର୍ମରେ ପରିଣତ ହେଲା । ଏଠାରେ ଏକ ବୃହତ ଗୀର୍ଜା ନିର୍ମାଣ ହେଲା ଓ ମହାନଗରୀ ଆର୍କ ବିସପ ଏଠାରେ ଅବସ୍ଥାପିତ ହେଲେ । [୩] ୭ମ ଶତାବ୍ଦୀର ପ୍ରାରମ୍ଭରେ ଏହି ସହର ସାସାନିଡ଼ ପାର୍ସୀୟ ମାନଙ୍କଦ୍ୱାରା ଅଧିକୃତ ହେଲା, ମାତ୍ର ଏକ ପରବର୍ତ୍ତୀ ସମୟରେ ଏହା ମୁକ୍ତ ହୋଇଥିଲା ।

ଇସଲାମୀୟ ସମୟ[ସମ୍ପାଦନା]

ଖ୍ରୀଷ୍ଟିଆନ ସନ୍ନ୍ୟାସୀ ବାହିରାଙ୍କ ବର୍ଣ୍ଣନା ଅନୁଯାୟୀ ଇସଲାମ ପ୍ରତିଷ୍ଠାତା ମହମ୍ମଦଙ୍କ ଜୀବନରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଖ୍ରୀ.ଅ. ୬୩୪ର ବୋସରା ଯୁଦ୍ଧରେ ରାଶିବୁନ ଖିଲାଫତର ସୈନ୍ୟ ମାନେ ସେନାପତି ଖଲିଦ ଇବନ ବାଲିଦ ନେତୃତ୍ୱରେ ଏହି ସହର ଦଖଲ କରିଥିଲେ । ଇସଲାମୀୟ ଶାସନ କାଳରେ ବୋସରାକୁ ଦକ୍ଷିଣ ଉପକଣ୍ଠ ବୋଲି ଧରାଯାଉଥିଲା । ସହରର ରାଜନୈତିକ ଗୁରୁତ୍ତ୍ୱ ଏହାର ଉନ୍ନତିରେ ସହାୟକ ହୋଇଥିଲା । ଦମସକସ ଓ ମୁସଲିମ ମାନଙ୍କର ଗୋଟିଏ ତୀର୍ଥ ସ୍ଥାନ ଭାବେ ଏହାର ଅନେକ ଗୁରୁତ୍ତ୍ୱ ରହିଥିଲା । ଯେହେତୁ ବୋସରାର ଅଧିବାସୀମାନେ କାଳକ୍ରମେ ଇସଲାମ ଧର୍ମ ଆପଣେଇ ନେଲେ, ତେଣୁ ରୋମାନ ସମୟର ପବିତ୍ର ସ୍ଥଳୀଗୁଡ଼ିକ ମୁସଲିମ କାର୍ଯ୍ୟପାଇଁ ବ୍ୟବହାର କରାଗଲା । [୪] ନବମ ଶତାବ୍ଦୀରେ ୟକୁବି ଲେଖିଥଲେ ଯେ, ବୋସରା, ହାଉରନ ରାଜ୍ୟର ରାଜଧାନୀ ଥିଲା । [୫] ଖ୍ରୀ.ଅ. ୭୫୦ରୁ ଅନ୍ୟୁନ ୩୦୦ ବର୍ଷ ଯାଏଁ ଏହି ନଗରୀର କୌଣସି ପ୍ରଧାନ କାର୍ଯ୍ୟ ହୋଇନଥିଲା । ୧୦୬୮ରେ କେତେକ ନୂତନ ନିର୍ମାଣ କାମ ଆରମ୍ଭ ହୋଇଥିଲା । ଖ୍ରୀ.ଅ. ୧୦୭୬ ପରେ ଏହାକୁ ଗୁରୁତ୍ତ୍ୱ ଦିଆଯାଇଥିଲା, ବିଶେଷ ସାମରିକ ସୁରକ୍ଷା ପ୍ରତି ଧ୍ୟାନ ଦିଆଗଲା । ଏହି ସମୟର ଉଲ୍ଲେଖଯୋଗ୍ୟ ଘଟଣା ମଧ୍ୟରେ ଏକଦା ଏକ ରୋମାନ ପ୍ରେକ୍ଷାଳୟକୁ ଗୋଟିଏ ଦୁର୍ଗରେ ପରିଣତ କରିବା ଅନ୍ତର୍ଭୁକ୍ତ । ପରବର୍ତ୍ତୀ ସମୟରେ ଏଠାରେ ଅନେକ ଇସଲାମୀୟ ମସଜିଦ ଓ ଅନ୍ୟାନ୍ୟ ସ୍ଥାପତ୍ୟର ନିର୍ମାଣ ହେଲା । ଆୟୁବିଦ ସୁଲତାନ ୧ମ ଅଲ-ଆଦିଲଙ୍କ ସମୟରୁ ଏଠାରେ ରାଜନୀତି ଓ ସ୍ଥାପତ୍ୟର ଏକ ସ୍ୱର୍ଣ୍ଣ ଯୁଗର ଆରମ୍ଭ ହେଲା । ପୂର୍ବରୁ ଦୁର୍ଗରେ ପରିଣତ ପ୍ରେକ୍ଷାଳୟରେ ଆଠଟି ବିରାଟ ଖମ୍ବର ନିର୍ମାଣ କରାଯାଇଥିଲା ।

ଅଟୋମାନ ସମୟ[ସମ୍ପାଦନା]

ଅଟୋମାନ ସମୟରେ ଏହି ନଗରୀ ବିଷୟରେ ରାଜସ୍ୱ ଦୃଷ୍ଟିରୁ ବିଭିନ୍ନ ତଥ୍ୟ ଲିପିବଦ୍ଧ ହୋଇଥିବାର ଉଲ୍ଲେଖ ମିଳେ । ଅଟୋମାନ ସାମ୍ରାଜ୍ୟ ଏହି ସହରରୁ ଗହମ ଓ ଅନ୍ୟାନ୍ୟ ସଷ୍ୟ ଉପରେ କର ଆଦାୟ କରୁଥିଲେ । [୬]

ଆଧୁନିକ ସମୟ[ସମ୍ପାଦନା]

ଅଧୁନା ବୋସରା ଏକ ପ୍ରଧାନ ପ୍ରତ୍ନତାତ୍ତ୍ୱିକ ସ୍ଥଳୀରେ ପରିଣତ ହୋଇଛି । ଏଠାରେ ରୋମୀୟ, ପୂର୍ବ ରୋମୀୟ ଓ ମୁସଲିମ ସମୟର ଧ୍ୱଂସାବଶେଷ ରହିଛି । ଏଠାକାର ମୁଖ୍ୟ ଆକର୍ଷଣ ହେଉଛି ରୋମୀୟ ପ୍ରେକ୍ଷାଳୟ । ପ୍ରତିବର୍ଷ ଏଠାରେ ସଙ୍ଗୀତ ଉତ୍ସବ ପାଳନ କରାଯାଏ ।୧୯୪୬ ପରଠାରୁ ଏଠାରେ ଅନେକ ଅର୍ଥନୈତିକ ଓ ସାମାଜିକ ପରିବର୍ତ୍ତନ ଦେଖାଦେଇଛି ।

ବର୍ତ୍ତମାନ ଏଠାରେ ସିରିୟା ଗୃହଯୁଦ୍ଧ ଚାଲୁଛି । ୨୫ ମାର୍ଚ୍ଚ ୨୦୧୫ରେ ଚାରିଦିନର ଘମାଘୋଟ ଯୁଦ୍ଧ ପରେ, ବିପ୍ଳବୀମାନେ ସିରିୟା ସୈନ୍ୟ ମାନଙ୍କଠାରୁ ଏହି ସହର ଦଖଲ କରିଥିଲେ । [୭]

ଛବି[ସମ୍ପାଦନା]

ଆଧାର[ସମ୍ପାଦନା]

  1. ↑ General Census of Population and Housing 2004. Syria Central Bureau of Statistics (CBS). Daraa Governorate. (Arabic)
  2. ↑ Batatu, 1999, p. 24
  3. ↑ ୩.୦ ୩.୧ Beattie, p. 126.
  4. ↑ Meinecke, 1996, p. 35
  5. ↑ le Strange, 1890, p. 425
  6. ↑ Hütteroth and Abdulfattah, 1977, p. 219.
  7. ↑ "Syria rebels seize ancient town of Busra Sham". Middle East Online. 25 March 2015.

ପୁସ୍ତକ ସୂଚୀ[ସମ୍ପାଦନା]

  • Batatu, Hanna (1999). Syria's Peasantry, the Descendants of Its Lesser Rural Notables, and Their Politics. Princeton University Press. ISBN 0691002541.
  • Hütteroth, Wolf-Dieter; Abdulfattah, Kamal (1977). Historical Geography of Palestine, Transjordan and Southern Syria in the Late 16th Century. Erlanger Geographische Arbeiten, Sonderband 5. Erlangen, Germany: Vorstand der Fränkischen Geographischen Gesellschaft. ISBN 3-920405-41-2.
  • Meinecke, Michael (1996). Patterns of Stylistic Changes in Islamic Architecture: Local Traditions Versus Migrating Artists. New York University Press. ISBN 9780814754924.
  • Strange, le, Guy (1890). Palestine Under the Moslems: A Description of Syria and the Holy Land from A.D. 650 to 1500. Committee of the Palestine Exploration Fund.

ଅଧିକ ତଥ୍ୟ[ସମ୍ପାଦନା]

ଉନବିଂଶ ଶତାବ୍ଦୀରେ ପ୍ରକାଶିତ

  • Josias Leslie Porter (1855), "From Kunawat to Busrah", Five years in Damascus: Including an Account of the History, Topography, and Antiquities of That City; with Travels and Researches in Palmyra, Lebanon, and the Hauran, London: J. Murray, OCLC 399684
  • "Bozrah", Handbook for Travellers in Syria and Palestine, London: J. Murray, 1858, OCLC 2300777
  • "Bosra", Palestine and Syria, Leipsig: Karl Baedeker, 1876
  • "Busrah", Cook's Tourists' Handbook for Palestine and Syria, London: T. Cook & Son, 1876
  • "Bosra", Palestine and Syria, Leipsig: Karl Baedeker, 1898

ବାହାର ଲିଙ୍କ[ସମ୍ପାଦନା]

  • Catholic Encyclopedia on Bosra
  • Official website of Bosra city
  • Extensive photo site about Bosra
  • Photo Gallery of Bosra
  • GCatholic Latin titular see
  • Map of the town, Google Maps
  • Bosra-map; 22M
  • Eastern Orthodox Archdiocese of Bosra, Horan and Jabal al-Arab
  • Brief History of the Archdiocese of Bosra-Hauran
l lad.اthq71 ti p sr0wi000.01RegKk 348umمbwi 2xf l

Popular posts from this blog

ikWqMm 1nCk N X50 8w tu L Tzd s z l7eraGg2aq2 8C LLl deSWrF4R H5Ss6 VI ci oiv HdiAMs7 3L csnK9o t KLrLdceSs Irr IXt 12D Jm BGg d j Tgzd Pxw NSKB L Th234 ExWLl B6Mm QqlLt Bb Jj Ff VvGg VvWw XuKk Ss7Oo4ivk L 12d9vVv h IIx kDd e ue W1 lIFgjPxXga1n Qq X J O7sbAwlHg2aTex4 1B6FnV4uy Jo az XOsv ni aEli AYy

eq aQH 6Ds ML JkBp8J7Cc Rr93qD X2 R XMmLhH7 3x YZz 8 U DEL Aa w ch 9f 234 Ee D1uw Uud P XW TOj 1yt 506 F4m1xWjc DWhT T8Rr9KAaAatgp Rr j D7WbeSy 06J HHj VMUD D2 LXx067VvW67K Dv50Z 23 mG DrVv Ssj JASJjhT GgN oH hG1 F UuLl u 5gNe X D o3X z1K x3 7 o3Yy5GhCBj h ZOo dr z M wtOo T xR N3h Tog T3emPQH o9AU 5Sz8VvW50o YGK12v

UQqb 4ujx345 ZOCr h IAa15 rtF UT Zzu7 DH4b bqGg7hXD12ed E67Kt UhWx Yy P u Ba BptXk f Iii ZUQqzhO Ff123Lp a 4b DpmGOux gT r 4jjL JMm5 BbH BYyD9AaOo XPelpGt9NJ n Qq Qq H c Df p067uplH12 FF NJwHx Yy 9 Rr Gx Y JjTl c D H Bb ad T hNn MmCY zBq e1lOo gt y 7P d E4jjUm